1 Chronicles 20:1 — Compare Translations

5 translations compared side by side

Odia - 1840
"ବସନ୍ତକାଳ ରେ, ଯୋୟାବ ଇଶ୍ରାୟେଲର ସୈନ୍ଯବାହିନୀକୁ ୟୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସହେି ସମୟରେ ରାଜାମାନେ ୟୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ୟିରୁଶାଲମ ରେ ରହିଲେ। ଇଶ୍ରାୟେଲର ସୈନ୍ଯବାହିନୀ ଅମ୍ମାନେ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସମାନେେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କଲେ। ନଗର ମଧ୍ଯରୁ ବାହାରକୁ କିଅବା ନଗର ମଧ୍ଯକୁ କାହାରିକୁ ୟିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇଶ୍ରାୟେଲ ସୈନ୍ଯଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା । ମାତ୍ର ଦାଉଦ ଯିରୂଶାଲମରେ ରହିଲେ । ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ଯୋୟାବ ଅମ୍ମୋନୀୟମାନଙ୍କୁ ବିନାଶ କଲେ ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା’ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥିମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।