1 Corinthians 1:17 — Compare Translations
7 translations compared side by side
Odia - 1840
"ଖ୍ରୀଷ୍ଟ ମାେତେ ଲୋକମାନଙ୍କୁ ଡ଼ୁବନ କରିବା ଦାଯିତ୍ବ ଦଇେ ନ ଥିଲେ। ସେ ମାେତେ ସୁସମାଚାର ପ୍ରଚାର କରିବା ଦାଯିତ୍ବ ଦଇେ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତା ରେ ପ୍ରଭୁଙ୍କ ବାକ୍ଯ ପ୍ରଚାର କରିବାକୁ ଖ୍ରୀଷ୍ଟ ମାେତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ରେ ଥିବା ମହାଶକ୍ତି ବ୍ଯର୍ଥ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ; ତାହା ମଧ୍ୟ ବାକ୍ୟାଡ଼ମ୍ଵରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।
Odia Bible ERV 2004 (ପବିତ୍ର ବାଇବଲ)
ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କରିନାହାଁନ୍ତି, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରିଅଛନ୍ତି; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ବ୍ୟର୍ଥ ହୁଏ।
Odia IRV 2017 (ଓଡିଆ ବାଇବେଲ)
କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಕಾ ಕಾಯ್ ಕ್ರಿಸ್ತಾನ್ ಬಾಲ್ತಿಮ್ ದಿವ್ಕ್ ಮನುನ್ ಧಾಡುನ್ ದಿವ್ಕ್ ನಾ, ಜೆಜುಚಿ ಬರಿ ಖಬರ್ ಪ್ರಚಾರ್ ಕರುಕ್ ಮಾಕಾ ಧಾಡಲ್ಲೆ ಹೊತ್ತೆ, ತೆಬಿ ಕ್ರಿಸ್ತಾಚ್ಯಾ ಕುರ್ಸಾಚೆ ಬಳ್ ಕಳ್ದುನ್ ಜಾಯ್ನಸಿ ಸಾರ್ಕೆ ಮಾನ್ಸಾಂಚ್ಯಾ ಶಾನ್ಪಾನಾಚ್ಯಾ ಗೊಸ್ಟಿಯಾ ವಾಪ್ರಿನಸ್ತಾನಾ; ಕಶೆ ಹಾಯ್ ತೆಸೆಚ್ ಪ್ರಚಾರ್ ಕರುಕ್ ಧಾಡುನ್ ದಿಲ್ಲೆ ಹಾಯ್.