1 Corinthians 10:13 — Compare Translations
7 translations compared side by side
Odia - 1840
"କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।
Odia Bible ERV 2004 (ପବିତ୍ର ବାଇବଲ)
କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ବର ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ।
Odia IRV 2017 (ଓଡିଆ ବାଇବେଲ)
ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನ್ಸಾಚ್ಯಾನ್ ಜಿಕುಕ್ ಹೊಯ್ನಾ ತಸ್ಲಿ ಪರಿಕ್ಷಾ ಅಮ್ಕಾ ಅಜುನ್ ಪತರ್ ಯೆವ್ಕ್ ನಾ. ದೆವ್ ವಿಶ್ವಾಸಿ, ತೊ ಅಮ್ಕಾ ಆಟ್ಪಿನಾ ತಸ್ಲಿ ಪರಿಕ್ಷಾ ಯೆವ್ಕ್ ಸೊಡಿ ನಾ; ಪರಿಕ್ಷಾ ಯೆಲ್ಲ್ಯಾ ವೆಳಾರ್ ತೆಚೆ ವೈರ್ ಜಿಕುಕ್ ಉಪಾಯ್ ಅನಿ ಘಟ್ ರ್ಹಾವ್ಕ್ ತಾಕತ್ ದಿತಾ.