1 Corinthians 10:16 — Compare Translations
7 translations compared side by side
Odia - 1840
"ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ଯବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀର ରେ ଅଂଶ ନୁହେଁ କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୋଟୀ ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
Odia IRV 2017 (ଓଡିଆ ବାଇବେଲ)
ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಧನಿಯಾಚ್ಯಾ ಜೆವ್ನಾಕ್ ಧನ್ಯವಾದ್ ದಿವ್ನ್ ಫಿತಾಂವ್ ತೆ ಧನ್ಯವಾದಾಚೆ ಆಯ್ದಾನ್ ಕ್ರಿಸ್ತಾಚ್ಯಾ ರಗ್ತಾತ್ ಅಮ್ಕಾ ಭಾಗಿದಾರ್ ಕರ್ತಾ ನ್ಹಯ್? ಅನಿ ಅಮಿ ಮೊಡ್ತಾಂವ್ ತಿ ಭಾಕ್ರಿ ಕ್ರಿಸ್ತಾಚ್ಯಾ ಮಾಸಾತ್ ಅಮ್ಕಾ ವಾಟೊ ಭಾಗಿದಾರ್ ಕರ್ತಾ ನ್ಹಯ್?