1 Corinthians 11:5 — Compare Translations

7 translations compared side by side

Odia - 1840
"ପ୍ରେତ୍ୟକକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ଯଦ୍ ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ଯଦ୍ ବାଣୀ କ ହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସହେି ସ୍ତ୍ରୀ ଲୋକର ମୁଣ୍ଡ ରେ ବାଳ ନ ଥିବା ସମାନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ଵା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ତନ ହେବା ସଙ୍ଗେ ସମାନ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅପର ପକ୍ଷରେ ଯେଉଁ ନାରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ତା’ ସ୍ୱାମୀର ଅବମାନନା କରେ। ସେହିଭଳି ନାରୀ, ମୁଣ୍ଡିତମସ୍ତକା ସ୍ତ୍ରୀ ଲୋକ ପରି।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍‌‌ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍‌‌ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಟಕ್ಲೆ ಧಾಪಿ ನಸ್ತಾನಾ ಮಾಗ್ನಿ ಕರ್‍ತಾ ನಾಹೊಲ್ಯಾರ್ ಪ್ರವಾದ್ ಕರ್ತಾ, ತಿ ಬಾಯ್ಕೊಮನುಸ್ ಅಪ್ನಾಚ್ಯಾ ಘೊವಾಕ್ ಅವ್ಮಾನ್ ಕರ್‍ತಾ. ತೆನಿ ಟಕ್ಲೆ ಉಗ್ಡೆ ಸೊಡ್ತಲೆಬಿ ಅನಿ ತೆ ತಾಸುನ್ ಘೆಟಲ್ಲೆ ಬಿ ಸಮಾ.