1 Corinthians 12:10 — Compare Translations
7 translations compared side by side
Odia - 1840
"ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।
Odia Bible ERV 2004 (ପବିତ୍ର ବାଇବଲ)
ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ।
Odia IRV 2017 (ଓଡିଆ ବାଇବେଲ)
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ಲ್ಯಾಕ್ ವಿಚಿತ್ರ್ ಕಾಮಾ ಕರ್ತಲೆ ವರು ಗಾವ್ತಾ, ಅನಿಎಕ್ಲ್ಯಾಕ್ ಪ್ರವಾದ್ ಕರ್ತಲೆ, ತಿನ್ವೆಚ್ಯಾಕ್ ಪ್ರೆರಕ್ ಆತ್ಮೆ ಪರಿಕ್ಷಾ ಕರುನ್ ಬಗ್ತಲೆ ವರು ಗಾವ್ತಾ. ಎಕ್ಲ್ಯಾಕ್ ದುಸ್ರಿ ದುಸ್ರಿ ಬಾಶಾ ಬೊಲ್ತಲೆ ವರು ಗಾವ್ತಾ, ಅನಿಎಕ್ಲ್ಯಾಕ್ ಹ್ಯಾ ಬಾಶಾಂಚೊ ಅರ್ಥ್ ಸಾಂಗ್ತಲೆ ವರು ಗಾವ್ತಾ.