1 Corinthians 13:12 — Compare Translations
7 translations compared side by side
Odia - 1840
"ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖୀ ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ଆମେ ଯାହା ଦେଖୁଛୁ, ତାହା ଦର୍ପଣରେ ଦେଖାଯାଉଥିବା ଅସ୍ପଷ୍ଟ ପ୍ରତିବିମ୍ବ ପରି। କିନ୍ତୁ ଦିନ ଆସିବ, ଯେତେବେଳେ ତାହା ଆମେ ମୁହାଁମୁହିଁ ହୋଇ ଦେଖିବା। ବର୍ତ୍ତମାନ ମୁଁ ଯାହା ଜାଣୁଛି, ତାହା କେବଳ ଆଂଶିକ। ଈଶ୍ୱର ମୋତେ ସମ୍ପୂର୍ଣ୍ଣଭାବେ ଜାଣିଲା ପରି ସେତେବେଳେ ମୋର ଜ୍ଞାନ ମଧ୍ୟ ସମ୍ପୂର୍ଣ୍ଣ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା ଯେତେବେଳେ ଯୀଶୁ ପୁନର୍ବାର ଆସିବେ; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି।
Odia IRV 2017 (ଓଡିଆ ବାଇବେଲ)
କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅತ್ತಾ ಅಮ್ಕಾ ಆರ್ಶ್ಯಾತ್ನಾ ರುಪ್ ದಿಸ್ಲೆ ಸಾರ್ಕೆ ದಿಸ್ತಾ; ಖರೆ ಮಾನಾ ಅಮಿ ಮುಖಾ ಮುಖಿ ಬಗ್ತಾವ್; ಅತ್ತಾ ಮಾಕಾ ಉಲ್ಲೆ ಉಲ್ಲೆ ಎವ್ಡೆಚ್ ಗೊತ್ತ್ ಹಾಯ್; ಖರೆ ಮಾನಾ ದೆವ್ ಮಾಕಾ ಕಸೊ ವಳಕ್ತಾ ತಸೆಚ್ ಮಿಯಾ ತೆಕಾ ವಳಕ್ತಾ.