1 Corinthians 14:34 — Compare Translations

7 translations compared side by side

Odia - 1840
"ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସାଧୁମାନଙ୍କ ସମସ୍ତ ମଣ୍ତଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ତଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ,,ସେମାନେ ବଶୀଭୂତ ହୋଇ ରହନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ ମଣ୍ଡଳୀର ସଭାମାନଙ୍କରେ ମଧ୍ୟ ସେହିପରି ମହିଳାମାନେ ନୀରବ ରୁହନ୍ତୁ। ସେଠାରେ କଥା କହିବା ପାଇଁ ସେମାନଙ୍କୁ ଅନୁମତି ମିଳି ନାହିଁ। ଇହୁଦୀ ବ୍ୟବସ୍ଥା ଅନୁଯାୟୀ ସେମାନେ ବଶୀଭୂତା ହୋଇ ରୁହନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାଁନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಾಯ್ಕೊಮನ್ಸಾನಿ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾತ್ ಗಪ್ ರ್‍ಹಾವ್ಚೆ. ತೆಂಕಾ ಬೊಲುಕ್ ಅವಕಾಸ್ ನಾ. ಶಾಸ್ತರಾತ್ ಸಾಂಗಲ್ಲ್ಯಾ ಸಾರ್ಕೆ ಖಾಯ್ಲ್ ಹೊವ್ನ್ ರ್‍ಹಾತಲೆ ತೆಂಕಾ ಬರೆ.