1 Corinthians 15:32 — Compare Translations

7 translations compared side by side

Odia - 1840
"ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ‘ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବାʼ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ମୁଁ କେବଳ ମାନବୀୟ ଲକ୍ଷ୍ୟ ନେଇ ଏଫିସସ୍ରେ ହିଂସ୍ରଯନ୍ତୁମାନଙ୍କ ସହିତ ଲଢ଼ିଥିଲି, ତେବେ ମୋର କି ଲାଭ ହେଲା? ଯଦି ମୃତମାନେ ପୁନରୁତ୍ôଥତ ନ ହେବେ, ତେବେ ପ୍ରବଚନ ଅନୁଯାୟୀ, “ଆସ, ଭୋଜନପାନ କରି ସମୟ କାଟିବା, ଯେହେତୁ ଆସନ୍ତା କାଲି ତ ଆମକୁ ମରିବାକୁ ହେବ।”
Odia Bible ERV 2004 (ପବିତ୍ର ବାଇବଲ)
ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା’ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉ‌ତ୍‌‌ଥିତ ହେବ ନାହିଁ, ତା’ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ-ପଶୁମାନଙ୍କ ସଦୃଶ ଲୋକମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”
Odia IRV 2017 (ଓଡିଆ ବାଇବେଲ)
ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କ'ଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ 'ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା' ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಹ್ಯಾ ಮಾನುಸ್‍ ಪಾನಾಚ್ಯಾ ನದ್ರೆನ್ ಬಗುನ್, ಮಿಯಾ ಎಫೆಜಾತ್ ಜನಾವರಾಚ್ಯಾ ವಾಂಗ್ಡಾ ಕುಸ್ತಿ ಧರಿ ಹೊತ್ತೊ ತರ್, ಮಾಕಾ ತ್ಯಾತುರ್ ಕಾಯ್ ಫಾಯ್ದೊ ಗಾವಿ ಹೊತ್ತೊ? ಮರಲ್ಲಿ ಲೊಕಾ ಝಿತ್ತಿ ಹೊವ್ನ್ ಉಟಿನ್ಯಾತ್ ಹೊಲ್ಯಾರ್, “ಯೆವಾ ಅಮಿ ಖಾವ್ನ್ - ಜೆವ್ನ್ ಗಮ್ಮತ್ ಕರುವಾ ಕಶ್ಯಾಕ್ ಮಟ್ಲ್ಯಾರ್ ಅಮಿ ಉದ್ದ್ಯಾ ಮರುನ್ ಜಾತಾಂವ್.” ಮಟ್ಲ್ಯಾ ಸರ್ಕೆ ಕರುಚೆ ಪಡ್ಲೆ.