1 Corinthians 4:7 — Compare Translations
7 translations compared side by side
Odia - 1840
"କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ଵରୂପେ ପାଇ ନାହଁ, ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ଵରୂପେ ପାଇଅଛ, ତେବେ ତାହା ଦାନ ସ୍ଵରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?
Odia BSI (ପବିତ୍ର ବାଇବଲ (CL) NT (BSI))
ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?
Odia Bible ERV 2004 (ପବିତ୍ର ବାଇବଲ)
କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା’ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?
Odia IRV 2017 (ଓଡିଆ ବାଇବେଲ)
କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କ'ଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾಂಚ್ಯಾನ್ಕಿ ತಿಯಾ ಮೊಟೊ ಮನುನ್ ತುಕಾ ಕೊನ್ ಸಾಂಗ್ಲಾ? ತುಜಾಕ್ಡೆ ತಿಯಾ ಘೆಯ್ ನಸಲ್ಲೆ ತುಜೆಚ್ ಮಟಲ್ಲೆ ಕಾಯ್ ಹಾಯ್? ಅನಿ ತಿಯಾ ತೆ ದುಸ್ರ್ಯಾಕ್ನಾ ಘೆಟ್ಲೆಯ್ ಹೊಲ್ಯಾರ್ ತೆ ತುಜೆಚ್ ಸಾರ್ಕೆ ತಿಯಾ ಕಶ್ಯಾಕ್ ಬಡಾಯ್ ಬೊಲ್ತೆಯ್?