1 Corinthians 7:14 — Compare Translations
7 translations compared side by side
Odia - 1840
"ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅବିଶ୍ଵାସୀ ସ୍ଵାମୀ ଭାର୍ଯ୍ୟା ହେତୁ ଶୁଚି କରାଯାଇଅଛି, ଆଉ ଅବିଶ୍ଵାସିନୀ ଭାର୍ଯ୍ୟା ସ୍ଵାମୀ ହେତୁ ଶୁଚି କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ଶୁଚି ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ସେହି ଅଣବିଶ୍ୱାସୀ ସ୍ୱାମୀ, ତା’ ସ୍ତ୍ରୀର ସାହଚର୍ଯ୍ୟରେ ଓ ସେହି ଅଣବିଶ୍ୱାସୀ ସ୍ତ୍ରୀ, ଆପଣା ସ୍ୱାମୀର ସାହଚର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରଷ୍ଟଙ୍କୁ ଗ୍ରହଣ କରି ପାରନ୍ତି। ତା’ ନ ହେଲେ, ସେମାନଙ୍କ ସନ୍ତାନମାନେ ଅଶୁଚି ହେବେ, କିନ୍ତୁ ପ୍ରକୃତ ପକ୍ଷେ ସେମାନେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା’ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା’ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।
Odia IRV 2017 (ଓଡିଆ ବାଇବେଲ)
କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಅಪ್ನಾಚ್ಯಾ ವಿಶ್ವಾಸಾತ್ ಹೊತ್ತ್ಯಾ ಬಾಯ್ಕೊಚ್ಯಾ ವೈನಾ ಎಕ್ ವಿಶ್ವಾಸಾತ್ ನಸಲ್ಲೊ ಘೊವ್ ಕಸೊ ಪವಿತ್ರ್ ಹೊತಾ. ತಸೆಚ್ ಅಪ್ನಾಚ್ಯಾ ವಿಶ್ವಾಸಾತ್ ಹೊತ್ತ್ಯಾ ಘೊವಾಚ್ಯಾ ವೈನಾ ಎಕ್ ವಿಶ್ವಾಸಾತ್ ನಸಲ್ಲಿ ಬಾಯ್ಕೊ ಪವಿತ್ರ್ ಹೊತಾ, ಅಶೆ ನಸ್ಲ್ಯಾರ್ ತುಮ್ಚಿ ಪೊರಾ ಅಪವಿತ್ರ್ ಹೊಯ್ ಹೊತ್ತಿ, ಖರೆ ತಿ ಖರೆಚ್ ಪವಿತ್ರ್ ಹಾತ್.