1 Corinthians 7:36 — Compare Translations
7 translations compared side by side
Odia - 1840
"ଯଦି କହେି ନିଜର କନ୍ଯା ଗତବୟସ୍କା ହବୋର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ଯା ପ୍ରତି ଉଚିତ୍ ବ୍ଯବହାର କରୁ ନାହିଁ, ଓ ଭାବେ ଯେ କନ୍ଯାର ବିବାହ ଆବଶ୍ଯକ, ତବେେ ସେ ଯେପରି ଚା ହେଁ ସପରେି କରିପା ରେ। ସମାନଙ୍କେର ବିବାହ କରିଦବୋ ଉଚିତ୍। ଏହା ପାପ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ, ଯଦି କୌଣସି ଲୋକ ନିଜ କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହାପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିବାହ ନିର୍ବନ୍ଧ ହୋଇଯିବା ପରେ, ପୁରୁଷ ଯଦି ମନେ କରେ ଯେ ତା’ର ବାଗ୍ଦତ୍ତା ସ୍ତ୍ରୀ ପ୍ରତି ସେ ସଂଯତ ଆଚରଣ କରିପାରୁ ନାହିଁ, ଯଦି ତା’ର କାମାଭିଳାଷ ପ୍ରବଳ ହୁଏ ଓ ତାହା ପକ୍ଷରେ ବିବାହ କରିବା ନିତାନ୍ତ ପ୍ରୟୋଜନ ହୋଇପଡ଼େ, ତେବେ ତା’ର ଇଚ୍ଛା ଅନୁଯାୟୀ ସେମାନେ ବିବାହ କରନ୍ତୁ। ଏଥିରେ କୌଣସି ପାପ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ ತರ್ ಎಕ್ಲೊ ಗೊಸ್ಟ್ ಹೊಲ್ಲ್ಯಾ ಚೆಡ್ವಾಚ್ಯಾ ವಿಶಯಾತ್ ಅಪ್ನಿ ಕರುಕ್ ಲಾಗ್ಲಾ ತೆ ಸಮಾ ನ್ಹಯ್ ಮನುನ್ ಚಿಂತ್ತಾ, ಖರೆ ತಿಚೆ ವೈರುಚ್ ಲೈ ಮನ್ ರಾಲ್ಯಾರ್ ತೊ ಅಪ್ನಾಕ್ ಕಾಯ್ ಬರೆ ದಿಸ್ತಾ ತೆ ಕರುಂದಿತ್, ತೆನಿ ಲಗಿನ್ ಕರುನ್ ಘೆತಲ್ಯಾತ್ ಕಾಯ್ಬಿ ಚುಕ್ ನಾ.