1 Corinthians 7:5 — Compare Translations

7 translations compared side by side

Odia - 1840
"ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁ ହେଁ ପ୍ରାର୍ଥନା ରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହାଇେ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା' ପରେ ପୁନର୍ବାର ଏକାଠି ହୁଅ, ଯା'ଦ୍ବାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନଇେ ତୁମ୍ଭମାନଙ୍କୁ ପ୍ରଲୋଭିତ କରିପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରସ୍ପରଠାରୁ ସେମାନେ ପୃଥକ୍ ନ ରହନ୍ତୁ। କିନ୍ତୁ ଉଭୟେ ଏକମତ ହୋଇ ପ୍ରାର୍ଥନାରେ କାଳକ୍ଷେପଣ ପାଇଁ କିଛି ସମୟ ପୃଥକ୍ ରହି ପାରନ୍ତି। ଆତ୍ମସଂଯମର ଅଭାବ ହେତୁ ଶୟତାନ ଯେପରି ସେମାନଙ୍କୁ ପ୍ରଲୋଭିତ ନ କରେ, ସେଥିପାଇଁ ସେମାନେ ପୁନର୍ବାର ଏକତ୍ର ହୁଅନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା’ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।
Odia IRV 2017 (ଓଡିଆ ବାଇବେଲ)
ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಹಕ್ಕಾ ಎಕಾಮೆಕಾಕ್ ನಾ ಮನುನಕಾಶಿ, ತಶೆ ಕರ್‍ತಲೆ ರ್‍ಹಾಲ್ಯಾರ್ ದೊಗಾಂಚಿಬಿ ಕಬುಲಿ ರ್‍ಹಾವ್ಕ್ ಪಾಜೆ; ತೆಬಿ ಮಾಗ್ನಿ ಕರುಸಾಟ್ನಿ ಉಲ್ಲೊಸೊ ಎಳ್ ತವ್ಡೆಚ್ ಮಾನಾ ಅನಿಪರ್ತುನ್ ತುಮಿ ಎಕ್ ಹೊವ್ಚೆ, ನಾ ಹೊಲ್ಯಾರ್ ತುಮ್ಚೆ ಸ್ವನಿಯಂತ್ರನ್ ಕಮಿ ಹೊಯ್ಲ್ ಅನಿ ಸೈತಾನ್ ತುಮ್ಕಾ ನಾಡಿಲ್.