1 Corinthians 8:10 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦବେ ମନ୍ଦିର ଭୋଜନ ଶାଳା ରେ ବସି ଖାଇବା ପାଇଁ ଉଚିତ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ବାସୀ, ସଠାେରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ ଜାଣି ମଧ୍ଯ ଏହାକୁ ଖାଇବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ଦେବାଳୟରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାʼର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ମନେକର, ଜଣେ ଦୁର୍ବଳ ବିଶ୍ୱାସୀ ତୁମ ପରି ଏକ ଜ୍ଞାନବାନ ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ଦେଖେ, ସେ କ’ଣ ପ୍ରସାଦ ସେବନ କରବା ପାଇଁ ଉତ୍ସାହିତ ହେବ ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
Odia IRV 2017 (ଓଡିଆ ବାଇବେଲ)
କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତା'ର ବିବେକ କ'ଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್‍ಬಿ ಎಕ್ಲೊ ತುಕಾ ವಳ್ಕಿಚ್ಯಾ ಮಾನ್ಸಾಕ್ ಮುರ್ತಿ ಭೆಟ್ಟುನ್ ದಿಲ್ಲ್ಯಾ ಗುಡಿತ್ ಜೆವ್ನಾಕ್ ಬಸಲ್ಲೆ ಬಗ್ತಾ ಮನುನ್ ಚಿಂತುವಾ, ತೆಚೊ ಭುತ್ತುರ್‍ಲೊ ಮನ್ ಘಟ್ ನಸ್ಲ್ಯಾರ್ ತುಕಾ ಬಗುನ್ ಮುರ್ತಿ ಭೆಟ್ವಲ್ಲೆ ಖಾನ್ ಖಾವ್ಕ್ ತೆಕಾಬಿ ಧೈರೊ ಗಾವ್ತಾ ಹೊಯ್ ಕಾಯ್ ನ್ಹಯ್?