1 Corinthians 8:12 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧ ରେ ପାପ କରୁଛ, ଓ ସମାନେେ ଭୁଲ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସମାନଙ୍କେ ବିବକେକୁ ଆଘାତ ଦେଉଛ। ଏହା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ମଧ୍ଯ ପାପ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହିପରି ଭାବରେ ତୁମ ସହବିଶ୍ୱାସୀମାନଙ୍କ ବିରୁଦ୍ଧରେ ପାପ କରି ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରିବ ଏବଂ ସେହି ଭାଇମାନଙ୍କ ଦୁର୍ବଳ ବିବେକକୁ ଆଘାତ ଦେବ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।
Odia IRV 2017 (ଓଡିଆ ବାଇବେଲ)
ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತುಜ್ಯಾ ಭಾವ್ ಭೆನಿಚ್ಯಾ ವಿರೊದ್ ತಿಯಾ ಪಾಪ್ ಕರ್‍ತಾನಾ ಅನಿ ತೆಚ್ಯಾ ಘಟ್ ನಸಲ್ಲ್ಯಾ ಭುತ್ತುರ್ಲ್ಯಾ ಮನಾಕ್ ಲುಕ್ಷಾನಾತ್ ಘಾಲ್ತಾನಾ, ತಿಯಾ ಕ್ರಿಸ್ತಾಚ್ಯಾ ವಿರೊದುಚ್ ಪಾಪ್ ಕರ್ತೆ.