1 Corinthians 9:20 — Compare Translations

7 translations compared side by side

Odia - 1840
"ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ୟିହୁଦୀ ଲୋକମାନଙ୍କ ଭଳି ହଲିେ। ମୁଁ ନିଜେ ବ୍ଯବସ୍ଥାର ଅଧୀନ ନ ହେଲେ ମଧ୍ଯ ଯେପରି ବ୍ଯବସ୍ଥାଧିନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥାଧିନ ଲୋକଙ୍କ ଭଳି ହଲିେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥା ଅଧୀନର ପରି ହେଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ସହିତ ଇଦୁଦୀଙ୍କ ପରି ଆଚରଣ କରୁଛି। ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନଙ୍କୁ ଲାଭ କରିବା ପାଇଁ ମୁଁ କୌଣସି ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ବ୍ୟବସ୍ଥାର ଅଧୀନରେ ଥିବା ପରି ଆଚରଣ କରିଛି।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
Odia IRV 2017 (ଓଡିଆ ବାଇବେଲ)
ଯେପରି ମୁଁ ଯିହୂଦୀମାନଙ୍କୁ ଲାଭ କରି ପାରେ, ଏଥିପାଇଁ ଯିହୂଦୀମାନଙ୍କ ନିକଟରେ ମୁଁ ଯିହୂଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವಾಕ್ನಿ ಕಮ್ವುನ್ ಘೆವ್‍ಸಾಟ್ನಿ ಜುದೆವಾಂಚ್ಯಾ ಮದ್ದಿ ಮಿಯಾ ಜುದೆವ್ ಹೊಲೊ; ಖಾಯ್ದ್ಯಾಂಚ್ಯಾ ಖಾಯ್ಲೆ ಹೊತ್ತ್ಯಾಕ್ನಿ ಕಮ್ವುನ್ ಘೆವ್‍ಸಾಟ್ನಿ ಖಾಯ್ದ್ಯಾಂಚ್ಯಾ ಖಾಯ್ಲೆ ನತ್ತೊ ಸಾರ್ಕೊ ಹೊಲೊ.