1 John 2:1 — Compare Translations

7 translations compared side by side

Odia - 1840
"ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହା- ହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଆମ୍ଭମାନଙ୍କର ସହାୟକ ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
Odia IRV 2017 (ଓଡିଆ ବାଇବେଲ)
ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಪೊರಾನು, ತುಮಿ ಪಾಪ್ ಕರುಚೆ ನ್ಹಯ್ ಮನುನ್ ಮಿಯಾ ತುಮ್ಕಾ ಹೆ ಲಿವ್ಕ್ ಲಾಗ್ಲಾ, ಖರೆ ಕೊನ್ಬಿ ಪಾಪ್ ಕರ್ಲ್ಯಾರ್, ಅಮ್ಚ್ಯಾಸಾಟ್ನಿ ದೆವಾ ಬಾಬಾಕ್ಡೆ ಮಾಗ್ತಲೊ ಎಕ್ಲೊ ಹಾಯ್ ತೊಚ್ ಮಜತ್ಗಾರ್ ಜೆಜು ಕ್ರಿಸ್ತ್, ತೊ ನಿತಿವಂತ್.