1 Kings 14:21 — Compare Translations
5 translations compared side by side
Odia - 1840
"ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା-ଦେଶରେ ରାଜ୍ୟ କଲେ । ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ-ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ଅମ୍ମୋନୀୟା ନୟମା ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦାର ରାଜା ରିହବିୟାମ ଶଲୋମନଙ୍କର ପୁତ୍ର ରିହବିୟାମ ଏକଗ୍ଭଳିଶ ବର୍ଷ ବୟସରେ ରାଜା ହେଲେ। ସେ ଯିରୁଶାଲମରୁ ଯିହୁଦାରେ ସତର ବର୍ଷ ରାଜତ୍ୱ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇସ୍ରାଏଲ ମଧ୍ୟରୁ ସେହି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି, ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ନୟମା ଯେ ଅମ୍ମୋନୀୟା ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା-ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି, ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ-ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ନୟମା ଯେ ଅମ୍ମୋନୀୟା ଥିଲେ।