1 Kings 20:34 — Compare Translations

5 translations compared side by side

Odia - 1840
"ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ବିନ୍ହଦଦ୍ ତାଙ୍କୁ କହିଲା, ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେ ଯେ ନଗର ନେଇଅଛନ୍ତି, ତାହା ମୁଁ ଫେରାଇଦେବି; ପୁଣି ଯେପରି ମୋʼ ପିତା ଶମରୀୟାରେ ସାହୀମାନ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ । ଏଥିରେ ଆହାବ କହିଲେ, ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି । ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାକୁ ଛାଡ଼ିଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ବି‌ନ୍‌ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।” ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ମୁକ୍ତ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ବିନ୍‍ହଦଦ୍‍ ତାଙ୍କୁ କହିଲା, “ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋʼ ପିତା ଶମରୀୟାରେ ନଗରଗୁଡ଼ିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ବିନ୍‍ହଦଦ୍‍ ତାଙ୍କୁ କହିଲା, “ମୋ’ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋ’ ପିତା ଶମରୀୟାରେ ନଗରଗୁଡିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।