1 Kings 21:6 — Compare Translations
5 translations compared side by side
Odia - 1840
"ଆହାବ୍ ଉତ୍ତର ରେ କହିଲେ, ମୁଁ ୟିଷ୍ରିଯଲେୀଯ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମାେତେ ଦିଅ ଓ ତା' ବଦଳ ରେ ରେ ୗପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମାରେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ଯାଉନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ ତାହାକୁ କହିଲେ, ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା-ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ମାତ୍ର ସେ ଉତ୍ତର କଲା, ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା’ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା-ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”