1 Kings 3:22 — Compare Translations
5 translations compared side by side
Odia - 1840
"କିନ୍ତୁ ଅନ୍ୟ ସ୍ତ୍ରୀ ଲୋକଟି କହିଲା, ନା, ଜୀବିତ ସନ୍ତାନଟି ମାରେ ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହଁ ସେ ଅନ୍ୟ ସ୍ତ୍ରୀ କହିଲା, ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ । ଆଉ ଏ ସ୍ତ୍ରୀ କହିଲା, ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ । ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଅନ୍ୟ ସ୍ତ୍ରୀଲୋକଟି କହିଲା, “ନା, ଜୀବିତ ସନ୍ତାନଟି ମୋର ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।” ମାତ୍ର ପ୍ରଥମ ସ୍ତ୍ରୀ କହିଲା, “ନା, ତୁମ୍ଭେ ଭୁଲ୍ କହୁଛ, ମୃତ ସନ୍ତାନଟି ତୁମ୍ଭର ପୁଅ ଓ ଜୀବିତ ସନ୍ତାନଟି ମୋର ପୁଅ।” ଏହିପରି ସେମାନେ ରାଜାଙ୍କ ସମ୍ମୁଖରେ ଗୁହାରି କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ଅନ୍ୟ ସ୍ତ୍ରୀ କହିଲା, “ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ।” ଆଉ, ଏ ସ୍ତ୍ରୀ କହିଲା, “ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।” ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ଅନ୍ୟ ସ୍ତ୍ରୀ କହିଲା, “ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ।” ଆଉ, ଏ ସ୍ତ୍ରୀ କହିଲା, “ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।” ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ।