1 Kings 7:48 — Compare Translations

5 translations compared side by side

Odia - 1840
"ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍, ସ୍ଵର୍ଣ୍ଣବେଦି ଓ ଦର୍ଶନୀୟ ରୋଟୀ ସ୍ଥାପନାର୍ଥେ ସ୍ଵର୍ଣ୍ଣର ମେଜ;
Odia Bible ERV 2004 (ପବିତ୍ର ବାଇବଲ)
ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହୁତ ସାମଗ୍ରୀ ସୁବର୍ଣ୍ଣର ପାଇଲେ। ଏଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରି ହେଲା। ସେଗୁଡ଼ିକ ଯଥା: ସ୍ୱର୍ଣ୍ଣବେଦି, ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ, ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ, ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍‍, ସ୍ୱର୍ଣ୍ଣ-ବେଦି ଓ ଦର୍ଶନୀୟ ରୁଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ;
Odia IRV 2017 (ଓଡିଆ ବାଇବେଲ)
ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍‍, ସ୍ୱର୍ଣ୍ଣ ବେଦି ଓ ଦର୍ଶନୀୟ ରୁଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ;