1 Kings 9:5 — Compare Translations
5 translations compared side by side
Odia - 1840
"ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇଶ୍ରାୟେଲର ଶାସକ ହବେ। ତଦ୍ନୁସା ରେ ଆମ୍ଭେ ଇଶ୍ରାୟେଲ ରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ଏହି ଯେ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନ; କାଳ ସ୍ଥିର କରିବା ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇସ୍ରାଏଲର ଶାସକ ହେବ। ତଦ୍ନୁସାରେ ଆମ୍ଭେ ଇସ୍ରାଏଲରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
‘ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ହେବ ନାହିଁ,’ ଏହି ଯେଉଁ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା।
Odia IRV 2017 (ଓଡିଆ ବାଇବେଲ)
ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ହେବ ନାହିଁ, ଏହି ଯେଉଁ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତ କାଳ ସ୍ଥିର କରିବା।