1 Kings 9:9 — Compare Translations
5 translations compared side by side
Odia - 1840
"ତହିଁରେ ଲୋକମାନେ ଉତ୍ତର ଦଇେ ଥାଆନ୍ତେ, 'ଏହା ଘଟିଲା କାରଣ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସମାନେେ ତ୍ଯାଗ କଲେ ଓ ଅନ୍ୟ ଦବେତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସମାନଙ୍କେ ଉପରେ ଏହିସବୁ ଅମଙ୍ଗଳ କାର୍ୟ୍ଯ ଘଟାଇଲେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଲୋକମାନେ ଉତ୍ତର କରିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ତହିଁରେ ଲୋକମାନେ ଉତ୍ତର ଦେଇ ଥାଆନ୍ତେ, ‘ଏହା ଘଟିଲା କାରଣ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ କାର୍ଯ୍ୟ ଘଟାଇଲେ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଲୋକମାନେ ଉତ୍ତର କରିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।’”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଲୋକମାନେ ଉତ୍ତର କରିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।”