1 Peter 1:12 — Compare Translations

7 translations compared side by side

Odia - 1840
"ସହେି ଭବିଷ୍ଯଦ୍ ବକ୍ତାମାନଙ୍କ ସବୋକାର୍ୟ୍ଯ ସମାନଙ୍କେ ନିଜ ପାଇଁ ନୁହେଁ ବୋଲି ସମାନଙ୍କେୁ ଦଖାଇେ ଦିଆ ହେଲା। ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭର ସବୋ କରୁଥିଲେ। ସମାନେେ ସବୋ କଲା ବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସହେି ସୁସମାଚାର କହିଲେ, ସମାନେେ ହିଁ ତାହା କହିଥିଲେ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ ରେ ସମାନେେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, ସଗେୁଡ଼ିକୁ ସ୍ବର୍ଗଦୂତମାନେ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହିସମସ୍ତ ବିଷୟ ସ୍ଵର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ଵାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଉକ୍ତ ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ ଯେ, ସେମାନେ ନିଜର ହିତ ପାଇଁ କିଛି କରୁ ନ ଥିଲେ। ସେମାନେ ଯାହା କହୁଥିଲେ, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ଶକ୍ତିରେ ବର୍ତ୍ତମାନ ଯେଉଁ ବାର୍ତ୍ତାବହମାନେ ସୁସମାଚାର ପ୍ରଚାର କରୁଛନ୍ତି, ତୁମ୍ଭେମାନେ ଏବେ ସେମାନଙ୍କଠାରୁ ସେହିସବୁ କଥା ଶୁଣୁଛ- ଏହି ସମସ୍ତ ବିଷୟରେ ମର୍ମ ବୁଝିବା ପାଇଁ ସ୍ୱର୍ଗଦୂତମାନେ ମଧ୍ୟ ଇଚ୍ଛୁକ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚೆಸಾಟ್ನಿ ನ್ಹಯ್, ತುಮ್ಚ್ಯಾಸಾಟ್ನಿ ತೆಂಕಾ ಪ್ರವಾದ್ ಕರುನ್ ಸಾಂಗ್ತಲೆ ಕಾಮ್ ದಿಲ್ಲೆ ಹಾಯ್ ಮನುನ್ ದೆವಾನ್ ಪ್ರವಾದ್ಯಾಕ್ನಿ ಕಳ್ವುನ್ ದಿಲ್ಲ್ಯಾನ್. ತೆನಿ ಸಾಂಗಟಲ್ಲ್ಯಾ ತ್ಯಾಚ್ ಸಂಗ್ತಿಯಾ ಅತ್ತಾ ಸರ್ಗಾ ವೈನಾ ಯೆಲ್ಲ್ಯಾ ಪವಿತ್ರ್ ಆತ್ಮ್ಯಾಚ್ಯಾ ತಾಕ್ತಿನ್ ತುಮ್ಕಾ ಬರಿ ಖಬರ್ ಪರ್ಗಟ್ ಕರಲ್ಲೆ ತುಮ್ಕಾ ಕಳ್ವುಲ್ಯಾನಿ, ತೆ ಸಗ್ಳ್ಯೆ ದಿಸುನ್ ಯೆತಲೆ ಬಗುಕ್ ದೆವಾಚಿ ದುತಾ ಸಯ್ತ್ ರಾಕುನ್ ಹಾತ್.