1 Peter 1:2 — Compare Translations

7 translations compared side by side

Odia - 1840
"ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପିତା ଈଶ୍ଵରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତହୋଇ ଆଜ୍ଞାବହ, ପୁଣି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେମେନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
Odia IRV 2017 (ଓଡିଆ ବାଇବେଲ)
ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾ ಬಾಬಾನ್ ಅದ್ದಿಚ್ಯಾನುಚ್ ವಳ್ಕುನ್ ಎಚುನ್ ಕಾಡಲ್ಲ್ಯಾ, ಪವಿತ್ರ್ ಆತ್ಮ್ಯಾಚ್ಯಾ ವೈನಾ ಯೆಗ್ಳುನ್ ಕಾಡಲ್ಲಿ, ಜೆಜು ಕ್ರಿಸ್ತಾಕ್ ಖಾಯ್ಲ್ ಹೊವ್ನ್ ಚಲ್ತಲ್ಯಾ ಜಿವನಾಕ್ ಒಪ್ಸುನ್ ದಿಲ್ಲೆ ತುಮಿಚ್ ತುಮ್ಕಾ ಭರ್ಪುರ್ ಕುರ್ಪಾ ಅನಿ ಶಾಂತಿ ಗಾಂವುಂದಿತ್.