1 Peter 2:12 — Compare Translations

7 translations compared side by side

Odia - 1840
"ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ଵରଙ୍କ ଗୌରବ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ବରଙ୍କ ଗୌରବ କରିବେ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಮದ್ದಿ ತುಮ್ಚಿ ಚಾಲ್ ಚಲ್ನ್ಯಾಕ್ ಬರಿ ರ್‍ಹಾಂವ್ದಿತ್ ಕಶ್ಯಾಕ್ ಮಟ್ಲ್ಯಾರ್, ಖಲ್ಯಾ ಸಂಗ್ತಿಯಾಚ್ಯಾ ವಿಶಯಾತ್ ತೆನಿ ತುಮಿ ಚುಕಿದಾರ್ ಮನುನ್ ಮನ್ತಾತ್ ಅನಿ ತುಮ್ಚೆರ್ ಚುಕ್ ವಾವ್ತಾತ್ ತ್ಯಾಚ್ ವಿಶಯಾಂಚ್ಯಾ ವೈನಾ ತುಮ್ಚಿ ಬರಿ ಕಾಮಾ ಬಗುನ್ ತೆಚ್ಯಾ ಯೆನ್ಯಾಚ್ಯಾ ದಿಸಿ ದೆವಾಚಿ ತೆನಿ ಹೊಗ್ಳಾಪ್ ಕರ್ತಾತ್.