1 Peter 2:8 — Compare Translations

7 translations compared side by side

Odia - 1840
"ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ସମାନଙ୍କେ ଲାଗି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ-ସ୍ଵରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି: “ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ ସେହି ପଥର ଲୋକଙ୍କ ପତନର କାରଣ ହୁଏ।” ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, “ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା;” ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಎಕ್ ಕಡೆ ಪವಿತ್ರ್ ಪುಸ್ತಕ್ ಮನ್ತಾ; ಲೊಕಾಕ್ನಿ ಆಡ್ಕಳ್ತಲೊ ಗುಂಡೊ ಹ್ಯೊ ಲೊಕಾ ಆದ್ಳುನ್ ಪಡಿಸಾರ್ಕೆ ಕರ್ತಾ ತೆನಿ ದೆವಾಚಿ ಇಚ್ಚ್ಯಾ ಕಾಯ್ ಮನ್ತಲ್ಲ್ಯಾ ಗೊಸ್ಟಿ ವರ್ತಿ ವಿಶ್ವಾಸ್ ಕರಿನಾತ್ ತಸೆ ಮನುನ್ ತೆನಿ ಅದಳ್ತಾತ್.