1 Peter 4:10 — Compare Translations

7 translations compared side by side

Odia - 1840
"ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ ଗୋଟିଏ ଗୋଟିଏ ଆଧ୍ଯାତ୍ମିକ ଦାନ ପରମେଶ୍ବରଙ୍କଠାରୁ ପାଇଛ। ପରମେଶ୍ବର ଅନକେ ପ୍ରକା ରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦଖାଇେଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରମେଶ୍ବରଙ୍କ ସବେକ ଭଳି ବ୍ଯବହାର କର। ଅତଏବ ଭଲ ସବେକ ହାଇେ ପରସ୍ପରର ସବୋ ରେ ସଗେୁଡ଼ିକୁ ଲଗାଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହଦାନ ପାଇଅଛ, ସେହିପ୍ରକାରେ ଈଶ୍ଵରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ତାରଘରିଆ ସ୍ଵରୂପେ ତଦ୍ଦ୍ଵାରା ପରସ୍ପରର ସେବା କର;
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;
Odia IRV 2017 (ଓଡିଆ ବାଇବେଲ)
ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಚಾಲ್ವುನಾರೊ ಹೊವ್ನ್ ಹೊತ್ತ್ಯಾ ದೆವಾನ್ ತುಮ್ಕಾ ಹರ್ ಎಕ್ಲ್ಯಾಕ್ಬಿ ಬರೆ ವರು ದಿಲ್ಲೆ ಹಾಯ್, ದೆವಾನ್ ದಿಲ್ಲೆ ವಿಶೆಸ್ ವರು ತುಮಿ ಹರ್ ಎಕ್ಲ್ಯಾನಿ ಘೆಟ್ಲ್ಯಾಸಿ, ತಸೆ ಮನುನ್ ತುಮಿ ಎಕಾಮೆಕಾಚಿ ಸೆವಾ ಕರಾ.