1 Samuel 11:7 — Compare Translations
5 translations compared side by side
Odia - 1840
"ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ଏକହଳ ବଳଦ ନେଇ ଖଣ୍ତ ଖଣ୍ତ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ । ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଶାଉଲ ହଳେ ବଳଦ ଆଣି ସେମାନଙ୍କୁ ଖଣ୍ତ ଖଣ୍ତ କରି କାଟିଲେ। ତା’ପରେ ସେ ଟୁକୁରାଗୁଡ଼ିକୁ ଦୂତଗଣକୁ ଦେଲେ। ସେ ଏହା ଇସ୍ରାଏଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, “ଯଦି କେହି ଶାଉଲ ଏବଂ ଶାମୁୟେଲଙ୍କୁ ଅନୁସରଣ ନ କରନ୍ତି, ତେବେ ସେମାନଙ୍କର ଗାଈଗୁଡ଼ିକୁ ଏପରି ଖଣ୍ତ ଖଣ୍ତ କରି ଦିଆଯିବ।” ତା’ପରେ ଏହି ବାର୍ତ୍ତା ପାଇବାପରେ ସଦାପ୍ରଭୁଙ୍କଠାରେ ଲୋକମାନଙ୍କର ଭୀତ ସଞ୍ଚାର ହେବାରୁ ସେମାନେ ଏକତ୍ରିତ ହୋଇ ଗୋଟିଏ ମଣିଷ ପରି ଆସିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, “ଯେକେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ।” ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ। ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।