1 Samuel 17:25 — Compare Translations
5 translations compared side by side
Odia - 1840
"ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଇସ୍ରାଏଲ-ଲୋକମାନେ କହିଲେ, ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠିଆସିଅଛି; ପୁଣି ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ ନିଷ୍କର କରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା’ର ପିତୃ ଗୃହକୁ ନିଷ୍କର କରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଇସ୍ରାଏଲ ଲୋକମାନେ କହିଲେ, “ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି; ପୁଣି, ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ କରମୁକ୍ତ କରିବେ।”
Odia IRV 2017 (ଓଡିଆ ବାଇବେଲ)
ତହୁଁ ଇସ୍ରାଏଲ ଲୋକମାନେ କହିଲେ, ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କ’ଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି; ପୁଣି, ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ କରମୁକ୍ତ କରିବେ।