1 Samuel 22:8 — Compare Translations

5 translations compared side by side

Odia - 1840
"ଏଥିପାଇଁ ତୁମ୍ଭେ କ'ଣ ସମସ୍ତେ ମାରେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ମାେତେ କହେି କହିଲ ନାହିଁ ଯେତବେେଳେ ମାରେ ପକ୍ସ୍ଟତ୍ର ୟିଶୀର ପକ୍ସ୍ଟତ୍ର ସହିତ ନିଯମ କଲା, ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ମାେ କଥା ଚିନ୍ତା କଲନାହିଁ। ଯେତବେେଳେ ମାରେ ପକ୍ସ୍ଟତ୍ର ଦାଉଦ୍କକ୍ସ୍ଟ ଓ ସବେକମାନଙ୍କୁ ମାେ ବିରକ୍ସ୍ଟଦ୍ଧ ରେ ଉତ୍ତଜେିତ କଲା ମାେ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରିବା ପାଇଁ ଏବଂ ଲକ୍ସ୍ଟଚି କରି ମାେତେ ଆକ୍ରମଣ କରିବା ପାଇଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ଏଥିପାଇଁ ତୁମ୍ଭେ କ’ଣ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି କହିଲ ନାହିଁ ଯେତେବେଳେ ମୋର ପୁତ୍ର ଯିଶୀର ପୁତ୍ର ସହିତ ନିୟମ କଲା, ତୁମ୍ଭମାନଙ୍କ ମଧ୍ୟରୁ କେହି ମୋ’ କଥା ଚିନ୍ତା କଲ ନାହିଁ। ଯେତେବେଳେ ମୋର ପୁତ୍ର ଦାଉଦକୁ ଓ ସେବକମାନଙ୍କୁ ମୋ’ ବିରୁଦ୍ଧରେ ଉତ୍ତେଜିତ କଲା ମୋ’ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଏବଂ ଲୁଚି କରି ମୋତେ ଆକ୍ରମଣ କରିବା ପାଇଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?”
Odia IRV 2017 (ଓଡିଆ ବାଇବେଲ)
ଏଥିପାଇଁ କ’ଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋ’ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?