1 Samuel 26:19 — Compare Translations

5 translations compared side by side

Odia - 1840
"ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ । ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ଯାଅ ଅନ୍ୟ ଦେବଗଣର ସେବା କର ।
Odia Bible ERV 2004 (ପବିତ୍ର ବାଇବଲ)
ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ-ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ‘ଯାଅ ଅନ୍ୟ ଦେବଗଣର ସେବା କର।’
Odia IRV 2017 (ଓଡିଆ ବାଇବେଲ)
ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାଆନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ଯାଅ ଅନ୍ୟ ଦେବଗଣର ସେବା କର।