1 Samuel 5:11 — Compare Translations

5 translations compared side by side

Odia - 1840
"ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ, କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟ-ମାନଙ୍କ ସମସ୍ତ ଅଧିପତିଙ୍କି ଏକତ୍ରିତ କରି କହିଲେ, ଇସ୍ରାଏଲର ପରମେଶ୍ଵରଙ୍କ ସିନ୍ଦୁକ ପଠାଇ ଦିଅ, ତାହା ସ୍ଵସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ; କାରଣ ନଗରର ସର୍ବତ୍ର ମୃତ୍ୟୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ଵରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,” କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦିଅ, ତାହା ସ୍ୱ ସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ;” କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ; କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା।