1 Thessalonians 2:16 — Compare Translations

7 translations compared side by side

Odia - 1840
"ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ବିଜାତିମାନଙ୍କର ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ଆମ୍ଭମାନଙ୍କୁ ବାଧା ଦିଅନ୍ତି; ଏହି ପ୍ରକାରେ ସେମାନେ ସର୍ବଦା ଆପଣା ଆପଣାର ପାପ ପରିପୂର୍ଣ୍ଣ କରୁଥାଆନ୍ତି; କିନ୍ତୁ ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅଣଯିହୁଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାଆନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।
Odia IRV 2017 (ଓଡିଆ ବାଇବେଲ)
କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಕ್ನಿ ಸೈತ್ ಸುಟ್ಕಾ ದಿತಲಿ ಬರಿ ಖಬರ್ ಸಾಂಗುಕ್ ತೆನಿ ಅಮ್ಕಾ ಅಡ್ಕಳ್ ಕರಲ್ಲ್ಯಾನಿ, ಎವ್ಡೆ ಪತರ್ ತೆನಿ ಕರಲ್ಲ್ಯಾ ಪಾಪಾಂಚೊ ಮಾಪ್ ಭರುನ್ ವೊತುಕ್ ಲಾಗ್ಲಾ. ಅತ್ತಾ ಆಕ್ರಿಕ್ ದೆವಾಚೊ ರಾಗುಚ್ ತೆಂಚ್ಯಾ ವರ್‍ತಿ ಉತ್ರುನ್ ಯೆಲಾ.