1 Thessalonians 2:9 — Compare Translations
7 translations compared side by side
Odia - 1840
"ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ଵରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।
Odia IRV 2017 (ଓଡିଆ ବାଇବେଲ)
ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಚ್ಯಾ ಭಾವಾನು ಅನಿ ಭೆನಿಯಾನು, ಅಮಿ ತುಮ್ಚ್ಯಾ ಮದ್ದಿ ಕಶೆ ಕಾಯ್-ಕಾಯ್ ಕರ್ಲಾಂವ್ ಅನಿ ಕವ್ಡೆ ರಾಬ್ಲಾಂವ್ ಮನ್ತಲೆ ತುಮ್ಕಾಚ್ ಗೊತ್ತ್ ಹಾಯ್. ದೆವಾಕ್ನಾ ಯೆಲ್ಲಿ ಬರಿ ಖಬರ್ ಅಮಿ ತುಮ್ಕಾ ದಿಲ್ಲ್ಯಾ ಬಾಸೆನ್, ತುಮ್ಕಾ ಅಮ್ಚ್ಯಾ ವೈನಾ ಕಾಯ್ಬಿ ಸಮಸ್ಯೆ ಹೊವ್ಚೆ ನ್ಹಯ್ ಮನ್ತಲ್ಯಾ ಸಾಟ್ನಿ ಅಮಿ ರಾತ್-ದಿಸ್ ಬರಿ ಖಬರ್ ಸಾಂಗಟ್ಲಾವ್.