1 Thessalonians 3:12 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କର ପ୍ ରମେ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ ରମେ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯଭେଳି ତୁମ୍ଭମାନଙ୍କୁ ଭଲ ପାଉ, ସହେିଭଳି ତୁମ୍ଭମାନେେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମ୍ଭମାନଙ୍କୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ;
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಸೊ ಅಮ್ಚೊ ಪ್ರೆಮ್ ತುಮ್ಚ್ಯಾ ಮದ್ದಿ ಭರುನ್ ವೊತುಕ್ ಲಾಗ್ಲಾ, ತಸೆಚ್ ತುಮ್ಚೊ ಪ್ರೆಮ್‍ಬಿ ಎಕಾಮೆಕಾತ್ನಿ ಅನಿ ಸಗ್ಳ್ಯಾ ಲೊಕಾತ್ನಿ, ಭರುನ್ ವೊತಿ ಸಾರ್ಕೊ ರ್‍ಹಾಂವ್ದಿತ್ ಅನಿ ಧನಿಚ್ ತೊ ಪ್ರೆಮ್ ತುಮ್ಚ್ಯಾ ಮದ್ದಿ ಭರುಂದಿತ್.