1 Thessalonians 4:14 — Compare Translations

7 translations compared side by side

Odia - 1840
"ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯଦି ଆମ୍ଭେମାନେ ବିଶ୍ଵାସ କରୁ ଯେ, ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ଵର ଯେ ଯୀଶୁଙ୍କ ଦ୍ଵାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ଵାସ କରିବା ଉଚିତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେହେତୁ ଆମେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ, ତେଣୁ ଆମେ ଦୃଢ଼ ନିଶ୍ଚିତ ଯେ, ଯୀଶୁଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୁଏ, ଯୀଶୁଙ୍କ ପୁନରାଗମନବେଳେ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସଙ୍ଗରେ ନେଇଯିବେ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁ‌ତ୍‌‌ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ବର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ।
Odia IRV 2017 (ଓଡିଆ ବାଇବେଲ)
କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಕ್ರಿಸ್ತ್ ಮರ್ಲೊ, ಅನಿ ಅನಿ ಪರ್ತುನ್ ಝಿತ್ತೊ ಹೊವ್ನ್ ಉಟ್ಲೊ ಮನುನ್ ಅಮಿ ವಿಶ್ವಾಸ್ ಕರ್ತಾಂವ್, ತೆಚ್ಯಾಸಾಟ್ನಿ ಜೆ ಕೊನ್ ಕ್ರಿಸ್ತಾಚ್ಯಾ ವರ್‍ತಿ ವಿಶ್ವಾಸ್ ಥವ್ನ್ ಮರ್ಲ್ಯಾತ್, ತೆಂಕಾ ದೆವ್ ಕ್ರಿಸ್ತಾಚ್ಯಾ ವಾಂಗ್ಡಾ ಅನಿ ಝಿತ್ತೊ ಕರುನ್ ಉಟ್ವುತಾ ಮನುನ್ ಅಮಿ ವಿಶ್ವಾಸ್ ಕರ್‍ತಾಂವ್.