1 Timothy 1:16 — Compare Translations
7 translations compared side by side
Odia - 1840
"କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଯେଉଁମାନେ ଭବିଷ୍ୟତକାଳରେ ଅନ; ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ, ସେମାନଙ୍କ ନିକଟରେ ଦୃଷ୍ଟାନ୍ତ ସ୍ଵରୂପ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟାପ୍ରାପ୍ତ ହେଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି।
Odia IRV 2017 (ଓଡିଆ ବାଇବେଲ)
ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥି ନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ಮಾಜ್ಯಾ ವೈರ್ ದಯಾ ದಾಕ್ವುಲ್ಯಾನ್ ಹೆಚ್ಯಾ ವೈನಾ ಕ್ರಿಸ್ತ್ ಜೆಜುಚಿ ಪುರಾ ಸೊಸ್ನೆ ಮಾಜ್ಯಾ ವಾಂಗ್ಡಾ ರ್ಹಾಂವ್ದಿತ್. ಹೆಚ್ಯಾ ವೈನಾ ಜೆ ಕೊನ್ ಮಾನಾ ವಿಶ್ವಾಸಾತ್ ಯೆವ್ನ್ ಎಕ್ ಮೊಟೊ ಪಾಪ್ ಕರಲ್ಲ್ಯಾ ಸಾರ್ಕೆ ಮಾಕಾ ವಾಪ್ರುನ್ಗೆತ್ ಫಿಡೆ ಜಾವ್ನಗೆತ್, ತೆಚ್ಯಾ ವೈರ್ ವಿಶ್ವಾಸ್ ಥವ್ತಲಿ ಲೊಕಾ ಕೊನ್ ಹಾತ್. ತೆಚ್ಯಾಸಾಟ್ನಿ ತೆಂಕಾ ಶಾಶ್ವತ್ ಜಿವ್ ಗಾವುಸಾಟ್ನಿ ಎಕ್ ಉದಾರನ್ ಕರುನ್ ಮಾಕಾ ರಚುನ್ ಅಪ್ನಾಚ್ಯಾ ಪುರಾ ಸೊಸುನ್ ಘೆವ್ನ್ ಜಾತಲ್ಯಾಚ್ಯಾ ವೈನಾ ಮಾಜ್ಯಾ ವೈರ್ ದಾಕ್ವುಲ್ಯಾನ್.