1 Timothy 3:11 — Compare Translations
7 translations compared side by side
Odia - 1840
"ସହେିପରି ବିଶଷେ ସବେିକା ହବୋ ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସମାନେେ ଅନ୍ୟମାନଙ୍କ ବିଷୟ ରେ ମନ୍ଦ କଥା ଆଦୌ କହୁ ନ ଥିବେ। ସମାନଙ୍କେର ଆତ୍ମା ସଂୟମ ଥିବା ପ୍ରୟୋଜନ ଓ ପ୍ରେତ୍ୟକକ କଥା ରେ ଯେପରି ସମାନଙ୍କେୁ ବିଶ୍ବାସ କରାଯାଇ ପାରୁଥିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ।
Odia IRV 2017 (ଓଡିଆ ବାଇବେଲ)
ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ಸೆವಕಿಯಾ ಹೊವ್ನ್ ಹೊತ್ತಿ ತೆಂಚ್ಯಾ ಬಾಯ್ಕಾಬಿ ಬರ್ಯಾ ಗುನಾಚಿ ರ್ಹಾವ್ಚಿ ದುಸ್ರ್ಯಾಂಚಿ ಖಬ್ರಿಯಾ ಬೊಲ್ತಲಿ ರ್ಹಾವ್ಚೆ ನ್ಹಯ್; ತೆನಿ ಸಗ್ಳ್ಯಾತ್ ಬರ್ಯಾ ಮನಾಚೆ ಅನಿ ಮರ್ಯಾದಿಚೆ ಹೊವ್ನ್ ರ್ಹಾವ್ಚೆ.