1 Timothy 5:13 — Compare Translations
7 translations compared side by side
Odia - 1840
"ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଆଳସ୍ୟ-ପ୍ରିୟ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟପ୍ରିୟ ନୁହେଁ, ମାତ୍ର ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନାବଶ୍ୟକ କଥାବାର୍ତ୍ତା କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಎಕ್ ಘರಾತ್ನಾ ಅನಿಎಕ್ ಘರಾಕ್ನಿ ಫಿರುನ್ಗೆತ್ ಅಪ್ನಾಚೊ ಎಳ್ ಹಾಳ್ ಕರುಕ್ ಶಿಕ್ತಾತ್; ಅನಿ ನಕ್ಕೊ ಹೊಲ್ಲ್ಯಾ ಗೊಸ್ಟಿಯಾ ಬೊಲುನ್ಗೆತ್ ಅನಿ ನಕ್ಕೊ ಹೊಲ್ಲ್ಯಾ ವಿಶಯಾತ್ನಿ ಟಕ್ಲೆ ಘಾಲುನ್ಗೆತ್ ನಕ್ಕೊ ಹೊಲ್ಲಿ ಕಾಮಾ ಕರಿತ್ ರ್ಹಾತ್ಯಾತ್.