1 Timothy 6:2 — Compare Translations

7 translations compared side by side

Odia - 1840
"କେତକେ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ବାସୀ ଅଟନ୍ତି। ଅତଏବ ସହେି ଦାସମାନେ ସହେି ମାଲିକମାନଙ୍କୁ ଭାଇ ବୋଲି ଭାବି ସମାନଙ୍କେୁ କମ୍ ସମ୍ମାନ ଦଖାଇବୋ ଉଚିତ ନୁହେଁ। ଏପରିକି ସହେି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲ ରେ ସବୋ କରିବା ଉଚିତ। କାରଣ ସପରେି କରିବା ଦ୍ବାରା ସମାନେେ ଭଲ ପାଉଥିବା ବିଶ୍ବାସୀ ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ଵାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜ୍ଞାନ କରି ତୁଚ୍ଛ ନ କରନ୍ତୁ ବରଂ ଅଧିକ ଯନି ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ଵାରା ଉପକାର ପାଆନ୍ତି, ସେମାନେ ବିଶ୍ଵାସୀ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନଙ୍କ କର୍ତ୍ତମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ, ସେମାନେ କର୍ତ୍ତାମାନଙ୍କୁ “ଭାଇ” ମନେ କରି ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାରେ ଅବହେଳା କରନ୍ତୁ ନାହିଁ। ବରଂ ଅଧିକ ନିଷ୍ଠାପର ଭାବରେ ସେମାନଙ୍କ ସେବା କରନ୍ତୁ, କାରଣ ସେମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ଏବଂ ଅଧିକ ଶ୍ରଦ୍ଧାର ପାତ୍ର। ଏହି ସମସ୍ତ ବିଷୟ ତୁମେ ଶିକ୍ଷା ଦେଇ ପ୍ରଚାର କରିବ।
Odia Bible ERV 2004 (ପବିତ୍ର ବାଇବଲ)
କେତେକ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ୱାସୀ ଅଟନ୍ତି। ଅତଏବ ସେହି ଦାସମାନେ ସେହି ମାଲିକମାନଙ୍କୁ ଭାଇ ବୋଲି ଭାବି ସେମାନଙ୍କୁ କମ୍ ସମ୍ମାନ ଦେଖାଇବା ଉଚିତ୍ ନୁହେଁ। ଏପରିକି ସେହି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲରେସେବା କରିବା ଉଚିତ୍। କାରଣ ସେହିପରି କରିବା ଦ୍ୱାରା ସେମାନେ ଭଲ ପାଉଥିବା ବିଶ୍ୱାସୀ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ।
Odia IRV 2017 (ଓଡିଆ ବାଇବେଲ)
ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಅಸ್ಲ್ಯಾ ಸೆವಕಾಕ್ನಿ ತೆಂಚೊ ಯಜಮಾನ್ ವಿಶ್ವಾಸಿ ಹೊವ್ನ್ ರ್‍ಹಾಲ್ಯಾರ್, ತೆಂಕಾ ಮಾನ್ ದಿ ನಸ್ತಾನಾ ರ್‍ಹಾವ್ಚೆ ನ್ಹಯ್, ಕಶ್ಯಾಕ್ ಮಟ್ಲ್ಯಾರ್ ತೆನಿ ಕ್ರಿಸ್ತಾತ್ ಭಾವ್ ಭಾವ್ ಹೊವ್ನ್ ಹಾತ್, ತೆನಿ ಅಪ್ಲ್ಯಾ ಯಜಮಾನಾಕ್ ಲೈ ಸೆವಾ ಕರುಚೆ, ಕಶ್ಯಾಕ್ ಮಟ್ಲ್ಯಾರ್ ತೆಜೊ ಫಾಯ್ದೊ ಘೆವ್ಕ್ ಲಾಗಲ್ಲೆ ವಿಶ್ವಾಸಿ ಹೊವ್ನ್ ಹಾತ್ ತೆಂಕಾ ಹೆನಿ ಪ್ರೆಮ್ ಕರ್ತಾತ್. ತಿಯಾ ಹ್ಯಾ ಗೊಸ್ಟಿಯಾ ತೆಂಕಾ ಶಿಕ್ವುಚೆ.