1 Timothy 6:20 — Compare Translations
7 translations compared side by side
Odia - 1840
"ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ ତଥାକଥିତ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
Odia BSI (ପବିତ୍ର ବାଇବଲ (CL) NT (BSI))
ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
Odia IRV 2017 (ଓଡିଆ ବାଇବେଲ)
ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಮೊತಿ, ತುಜ್ಯಾ ಬರೆಪಾನಾಸಾಟಿ ಮನುನ್ ತುಕಾ ದಿವ್ನ್ ಹೊಲ್ಲ್ಯಾ ಗೊಸ್ಟಿಯಾ ಬರೆ ಕರುನ್ ಸಂಬಾಳ್. ಹ್ಯಾ ಜಗಾತ್ ಉಲ್ಲಿ ಲೊಕಾ “ಶಾನ್ಪಾನ್” ಮನುನ್ ಬಲ್ವುತಲ್ಯಾ ದೆವಸ್ಪಾನ್ ನಸಲ್ಲ್ಯಾ ಗೊಸ್ಟಿಯಾನಿತ್ನಾ ಅನಿ ವಿರೊದ್ ಕರ್ತಲ್ಯಾಂಚ್ಯಾ ಝುಟ್ಯಾ ಬೊಲ್ನ್ಯಾತ್ನಾ ಧುರ್ ರ್ಹಾ.