2 Chronicles 16:1 — Compare Translations

5 translations compared side by side

Odia - 1840
"ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କର ଅଧିକାରର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଆସାଙ୍କର ଶେଷ ବର୍ଷଗୁଡ଼ିକ ଆସା ରାଜା ହେବାର ଛତିଶ୍ ତମ ବର୍ଷରେ, ବାଶା ଯିହୁଦା ଦେଶକୁ ଆକ୍ରମଣ କଲେ। ବାଶା ଇସ୍ରାଏଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ୟବହାର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
Odia IRV 2017 (ଓଡିଆ ବାଇବେଲ)
ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।