2 Chronicles 20:21 — Compare Translations
5 translations compared side by side
Odia - 1840
"ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୋଶାଫଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହା ପରେ ସେ ଗାୟକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା ପାଇଁ ନିଯୁକ୍ତ କଲେ, ସେମାନେ ପବିତ୍ର ଗ୍ଭେଗା ପରିଧାନ କରିଥିଲେ। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରି ସୈନ୍ୟଦଳର ସମ୍ମୁଖରେ ଯାତ୍ରା କଲେ। ଗାୟକମାନେ ଏହି ଗୀତ ଗାଉଥିଲେ, “ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”
Odia IRV 2017 (ଓଡିଆ ବାଇବେଲ)
ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।