2 Chronicles 24:11 — Compare Translations
5 translations compared side by side
Odia - 1840
"ଏହାପରେ ଲବେୀୟମାନେ ସହେି ବାକ୍ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନଇଗେଲେ। ସମାନେେ ଦେଖିଲେ ଯେ, ସହେି ବାକ୍ସ ଟଙ୍କା ରେ ପୂର୍ଣ୍ଣ ହାଇେଥିଲା। ରାଜାଙ୍କ ସଚିବ ଓ ମୁଖ୍ଯ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବାକ୍ସରୁ ଟଙ୍କାତକ କାଢ଼ି ନେଲେ। ଏହାପରେ ସମାନେେ ସହେି ବାକ୍ସରୁ ପୁନର୍ବାର ତାହାର ସ୍ଥାନ ରେ ରଖି ଦେଲେ। ପ୍ରତିଦିନ ସମାନେେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ଵାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ଵସ୍ଥାନରେ ରଖିଲେ । ଏହିରୂପେ ସେମାନେ ଦିନକୁ ଦିନ କଲେ ଓ ବିସ୍ତର ମୁଦ୍ରା ସଂଗ୍ରହ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଲେବୀୟମାନେ ସେହି ବାକ୍ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନେଇଗଲେ। ସେମାନେ ଦେଖିଲେ ଯେ, ସେହି ବାକ୍ସ ଟଙ୍କାରେ ପୂର୍ଣ୍ଣ ହୋଇଥିଲା। ରାଜାଙ୍କ ସଚିବ ଓ ମୁଖ୍ୟ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବାକ୍ସରୁ ଟଙ୍କାତକ କାଢ଼ି ନେଲେ। ଏହା ପରେ ସେମାନେ ସେହି ବାକ୍ସରୁ ପୁନର୍ବାର ତାହାର ସ୍ଥାନରେ ରଖି ଦେଲେ। ପ୍ରତିଦିନ ସେମାନେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱ ସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।
Odia IRV 2017 (ଓଡିଆ ବାଇବେଲ)
ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।