2 Chronicles 25:15 — Compare Translations

5 translations compared side by side

Odia - 1840
"ସଦାପ୍ରଭୁ ଅମତ୍ସିଯଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ଅମତ୍ସିଯଙ୍କ ନିକଟକୁ ଜଣେ ଭବିଷ୍ଯତ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ଯତ୍ବକ୍ତା କହିଲେ, ଅମତ୍ସିଯ, ତୁମ୍ଭେ କାହିଁକି ସହେି ଲୋକମାନେ ପୂଜା କରୁଥିବା ଦବେତାମାନଙ୍କର ପୂଜା କଲ? ସହେି ଦବେତାମାନେ ସମାନଙ୍କେ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରିପାରିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ଅମତ୍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କିହେତୁ ସେହି ଲୋକମାନଙ୍କ ଦେବଗଣର ଅନ୍ଵେଷଣ କରୁଅଛନ୍ତି?
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁ ଅମତ୍‌ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍‌ସିୟଙ୍କ ନିକଟକୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା କହିଲେ, “ଅମତ୍‌ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ଅମତ୍‍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, “ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି?”
Odia IRV 2017 (ଓଡିଆ ବାଇବେଲ)
ଏହେତୁ ଅମତ୍‍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି?