2 Chronicles 28:15 — Compare Translations
5 translations compared side by side
Odia - 1840
"ସହେି ନେତାମାନେ ବନ୍ଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସହେି ଚାରିଜଣ ବ୍ଯକ୍ତି ଇଶ୍ରାୟେଲୀୟ ସୈନ୍ଯଦଳ ଲୁଟି ନଇେଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନଇେ ଦେଲେ। ସହେି ନେତାମାନେ ସହେି ଲୋକମାନଙ୍କୁ ଜୋତା ମଧ୍ଯ ଦେଲେ। ସମାନେେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀଯ ଦେଲେ। ସମାନେେ ସହେି ଲୋକମାନଙ୍କ ଶରୀର ରେ ତଲେ ମାଲିସ୍ କଲେ। ଏହାପରେ ଇଫ୍ରଯିମର ସହେି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହାେ ରେ ଥିବା ସମାନଙ୍କେ ଗୃହ ଓ ପରିବାରକୁ ସମାନଙ୍କେୁ ନଇଗେଲେ। ଯିରୀହାକେୁ 'ଖଜ୍ଜୁର୍ରୀବୃକ୍ଷର ନଗର' ବୋଲି କୁହାଯାଉ ଥିଲା। ଏହାପରେ ସହେି ଚାରିଜଣ ନେତା ଶମରିଯାକୁ ଫରେିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ଉଲଙ୍ଗ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନ ପାନ କରିବାକୁ ଦେଇ ତୈଳମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ କତିକି ନେଇଗଲେ; ଏଥି ଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନ ପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।