2 Chronicles 29:18 — Compare Translations
5 translations compared side by side
Odia - 1840
"ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ କତିକି ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୋଟୀର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ ନିକଟକୁ ଯାଇ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୁଟିର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ ନିକଟକୁ ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୁଟିର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ।