2 Chronicles 35:21 — Compare Translations
5 translations compared side by side
Odia - 1840
"କିନ୍ତୁ ନଖୋ, ଯୋଶିୟଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ କହିଲେ ଯିହୁଦାର ରାଜା, ଏହି ୟୁଦ୍ଧ ତୁମ୍ଭର ସମସ୍ଯା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସି ନାହିଁ। ମୁଁ ମାରେ ନିଜ ଶତ୍ରୁମାନଙ୍କ ସହିତ ୟୁଦ୍ଧ କରିବାକୁ ଆସିଅଛି। ପରମେଶ୍ବର ମାେତେ ତ୍ବରାନ୍ବିତ କଲେ। ପରମେଶ୍ବର ମାରେ ସପକ୍ଷ ରେ ଅଛନ୍ତି। ତେଣୁ ମାେତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ୟୁଦ୍ଧ କର, ପରମେଶ୍ବର ତୁମ୍ଭକୁ ବିନଷ୍ଟ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେ ତାଙ୍କ ନିକଟରୁ ଦୂତ ପଠାଇ କହିଲା, ହେ ଯିହୁଦାର ରାଜନ୍, ତୁମ୍ଭ ସଙ୍ଗେ ମୋହର ବିଷୟ କʼଣ? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ଵର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ଵର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍, ତୁମ୍ଭ ସଙ୍ଗେ ମୋହର କʼଣ କରିବାର ଅଛି? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;”
Odia IRV 2017 (ଓଡିଆ ବାଇବେଲ)
ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍, ତୁମ୍ଭ ସଙ୍ଗେ ମୋହର କ’ଣ କରିବାର ଅଛି? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;”